ରାଜଭବନ ସମ୍ମୁଖରେ ହୁଙ୍କାପଡା ପରିବେଶ ବଞ୍ଚାଅ ଦାବି ନେଇ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଜାରି ରହିଥ‌ିବା ଧାରଣା ସୋମ‌ବାର ସାମୟିକ ଭାବେ ପ୍ରତ୍ୟାହୃତ ହୋଇଛି ବୋଲି ଆନ୍ଦୋଳନର ନେତ୍ରୀ ଆରତୀ ଦେବୀ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ଏହି ପାହାଡ ପର୍ବତ ଘେରା ପଂଚାୟତକୁ ମାଫିଆମାନେ ଅସାଧୁ ପ୍ରଶାସନିକ ଅଧିକାରୀମାନଙ୍କ ସହାୟତାରେ ପରିବେଶ ମଞ୍ଜୁରୀ ବିଜଦ ସମୟରେ ନେଇଥିରେ । କିନ୍ତୁ ଲୋକଙ୍କ ସାମ୍ଭାବ୍ୟ ବିରୋଧକୁ ଡରି ପଥର ଖନନ କରିପାରୁନଥିଲେ । କିନ୍ତୁ ଭାଜପା ସରକାର କ୍ଷମତାକୁ ଆସିଲା ପରେ ମାଫିଆମାନେ ପୁରା ଦମ୍‌ରେ ପଥର ଫୁଟାଇ ଅଚଂଳକୁ ଧ୍ବସ୍ତ ବିଧ୍ବସ୍ତ କରି ଚାଲିଲେ । ବିରଳ ପଶୁ ପକ୍ଷୀ ଏହାଦ୍ୱାରା ମୃତ୍ୟୁ ମୁଖରେ ପଡିଲେ । ବିରାଟ ଜଳାଶ୍ରୟ କ୍ଷତିଗ୍ରସ୍ତ ହେଲା । ମନ୍ଦିର ଓ ଗୁମ୍ଫା ଧ୍ବଂସାଭିମୁଖୀ ହେବା ଆରମ୍ଭ କରିବା ପରେ ସଭାବତଃ ସରଳ ଗ୍ରାମବାସୀ ଏକଜୁଟ୍ ହୋଇ ବିଭିନ୍ନ ଅଧିକାରୀମାନଙ୍କୁ ଅଭିଯୋଗ କରିଚାଲିଲେ । କିନ୍ତୁ ‘ତୁ ଗୁହାରି କରିବୁ ଯାହାକୁ ମୁଁ ଘଇତା କରିଛି ତା’କୁ’ ନ୍ୟାୟରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।

ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଖଣି ମନ୍ତ୍ରୀ ବିଭୂତି ଜେନାଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ତେଣୁ ବାଧ୍ୟ ହୋଇ ଏଠାକାର ପୂର୍ବତନ ମହିଳା ସରପଂଚ ଆରତୀ ଦେବୀ ଗାଁର କିଛି ମହିଳାଙ୍କୁ ଧରି ଅଗଷ୍ଟ ୧୧ ତାରିଖ ଠାରୁ ରାଜଭବନ ସମ୍ମୁଖରେ ଏହି ଖନନ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଧାରଣାରେ ବସିଥିଲେ। କିନ୍ତୁ ପ୍ରଶାସନ ତାର ଫୌଜଦାରୀ ଭୁଲ ବୁଝି ପାରି ସବୁ ଖଣି ଖନନକୁ ବନ୍ଦ କରିଥିଲେ ମଧ୍ୟ କୌଣସି ଅଧିକାରୀ ଧାରଣାସ୍ଥଳକୁ ଆସି ନଥିଲେ । ତେବେ କୌଣସି ସୂତ୍ରରୁ ରାଜ୍ୟପାଳଙ୍କର ସ୍ବସ୍ତି ପ୍ଲାଜା ହୋଟେଲରେ ପରିବେଶ ସଂପର୍କ କର୍ମଶାଳାରେ ଯୋଗଦାନ ସମ୍ପର୍କରେ ଖବର ପାଇ ସୋମବାର ଆନ୍ଦୋଳନକାରୀ ମାନେ ସେଠାକୁ ଯାଇ ରାଜ୍ୟପାଳ ଡଃ. ହରିବାକୁ କମ୍ଭମପାଟି ଓ ମନ୍ତ୍ରୀ ତଥା ସଚିବଙ୍କୁ ଦେଖା କରି ଦାବି ପତ୍ର ଦେଇଥିଲେ । ରାଜ୍ୟପାଳ ଘଟଣାର ଗୁରୁତ୍ବ ଉପଲବ୍ଧି କରି ବ୍ୟକ୍ତି ଗତ ସ୍ତରରେ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଧାରଣା ପ୍ରତ୍ୟାହୃତ କରିବା ପାଇଁ କହିଥିଲେ । ଆବେଦନକୁ ଜଙ୍ଗଲ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ତଦନ୍ତ ପାଇଁ ପଠାଇ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆରତୀ ଦେବୀ କହିଛନ୍ତି ।

ଆରତୀ ଦେବୀ କହିଛନ୍ତି ଯେ, ଆନ୍ଦୋଳନକୁ ଅସ୍ଥାୟୀ ଭାବେ ସେ ପ୍ରତ୍ୟାହୃତ କରୁଛନ୍ତି । ତେବେ ପ୍ରକୃତ ବିଚାର କରି ଦୋଷୀ ମାଫିଆ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଗିରଫ କରିବା ସହ କ୍ଷତି ହୋଇଥିବା ପରିବେଶର ଭରଣା କରାନଗଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଇତି ମଧ୍ୟରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିବାଦୀୟ ମାଫିଆମାନଙ୍କ ସହ ଆସାମର କାମାକ୍ଷୀ ଠାକୁରାଣୀ ପୀଠକୁ ଗସ୍ତ, ଫଟୋ ସେସନ୍ ତଥା ବିମାନରେ ବସିଥିବା ଫଟୋ ଜୋରଦାରରେ ଭାଇରାଲ ହେଲା ପରେ ବିଭିନ୍ନ ମତାମତ ଲୋକେ ଦେଉଛନ୍ତି । ତେବେ ଜଣେ ଆନ୍ଦୋଳନକାରୀ ନାମ ଗୋପନ ରଖିବା ସର୍କରେ କହିଛନ୍ତି ଯେ, ମନ୍ତ୍ରୀ ମଲ୍ଲିକ ଖଣି ବନ୍ଦ ହୋଇଗଲା ପରେ ମାଫିଆମାନଙ୍କୁ ଧରି ମା’ କାମାକ୍ଷୀଙ୍କ ଶରଣକୁ ଯାଇଛନ୍ତି । ଖଣି ପୁଣି ଚାଲୁ କରିବା ପାଇଁ ଆର୍ଶିବାଦ ମାଗିଛନ୍ତି । ତେବେ ଏହି ଆନ୍ଦୋଳନ ସମୟରେ ବିବାଦୀୟ ମାଫିଆମାନଙ୍କୁ ନେଇ ମନ୍ତ୍ରୀଙ୍କ ଗସ୍ତ ସମସ୍ତଙ୍କର ଭୃକୁଚଂନ ସୃଷ୍ଟି କରିଛି ।

ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ନିରବତା ମଧ୍ୟ ମାଫିଆମାନଙ୍କ ପ୍ରତି ସମର୍ଥନ ବୋଲି ମତ ପ୍ରକାଶ ପାଉଛି। ଏ ପ୍ରକାର ଲୁଟ୍ ସମଗ୍ର ଗଞ୍ଜାମ ଜିଲ୍ଲାରେ ଚାଲିଥିଲା ବେଳେ ବିଜବ ସମୟର ଲୁଟ୍‌ର ସବୁ ରେକର୍ଡକୁ ରାଜପା ନେତାମାନେ ବହି ଗଲେ ବୋଲି ଆଲୋଚନା ହେଉଛି । ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ବନାମ କରିବା ପାଇଁ କିଛି ପାଣ୍ଡିଆନ୍‌ ପନ୍ତି ଭାଜପା ନେତାମାନେ ଏ ପ୍ରକାରର ଷଡଯନ୍ତ୍ରରେ ଲିପ୍ତ ଅଛନ୍ତି ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ଦୃଢ଼ ହସ୍ତରେ ଏସବୁ ଦମନ କରିବା ସହ ରାଜ୍ୟକୁ ମାଫିଆମୁକ୍ତ କରନ୍ତୁ ବୋଲି ରାଜ୍ୟବାସୀ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *