ରାଜଧାନୀ କଲେଜରେ ତୁମୁଳକାଣ୍ଡ। କଲେଜ ଭିତରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ର ଗୋଷ୍ଠୀ। କ୍ୟାମ୍ପସ୍‌ ଭିତରେ ପଶି ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଗଣ୍ଡଗୋଳରେ ୨ ଛାତ୍ର ଆହତ ହୋଇଥିବା ଜଣାପଡିଛି ।

ଏକ ନିର୍ଦ୍ଧିଷ୍ଟ ଦଳ ସମର୍ଥିତ ଛାତ୍ରଗୋଷ୍ଠୀ ଗଣ୍ଡଗୋଳ କରିଥିବା ଅଭିଯୋଗ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା  । ଏହା ସହ ଉତ୍ତେଜନା ବୃଦ୍ଧି ନ କରିବା ପାଇଁ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସୂଚନା ଯୋଗ୍ୟ; ଆଜି ରାଜଧାନୀ କଲେଜରେ ୨୦ ରୁ ଅଧିକ ଛାତ୍ର ଏବଂ ବାହାର ଲୋକ କ୍ୟାମ୍ପସରେ ପଶି ଆକ୍ରମଣ କରିଥିଲେ। ଗଣ୍ଡଗୋଳ ସମୟରେ ଅନେକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଜଣାପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦ୍ୱାରା ସମର୍ଥିତ ଏକ ଛାତ୍ର ଗୋଷ୍ଠୀ ଦ୍ୱାରା ଏହି ହିଂସା ଘଟାଇଥିଲା।

Leave a Reply

Your email address will not be published. Required fields are marked *