ବିଜେଡି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ବିଜେଡି ଛାଡ଼ିଥିବା ଜଣାପଡିଛି। ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ତାଙ୍କ ସହ ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି । ଏଥିସହିତ ‘ବିଜୁ ସ୍ୱାଭିମାନ ମଞ୍ଚ’ ନାମକ ଏକ ନୂତନ ରାଜନୈତିକ ମଞ୍ଚ ଗଠନର ଘୋଷଣା କରିଛନ୍ତି ଭାସ୍କର । ସୂଚନା ଯୋଗ୍ୟ; ନୂତନ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ପରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି,କାଉନସିଲର ଓ ବରିଷ୍ଠ ନେତାମାନେ ଭାସ୍କର ରାଓଙ୍କ ବାସଗୃହରେ ଆଲୋଚନା କରିଥିଲେ । ଜିଲ୍ଲା ସଭାପତି ଚୟନ ନେଇ ଅସନ୍ତୁଷ୍ଟ ଥିଲେ ଏନ୍.ଭାସ୍କର ରାଓ । ପୂର୍ବତନ ସାଂସଦ ଭାସ୍କର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପ୍ରତି ଥିବା ତାଙ୍କ ଅସନ୍ତୋଷ ବଖାଣିଥିବା ବେଳେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ବିଜେଡିର ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି, ପରାଜିତ ବ୍ୟକ୍ତିଙ୍କୁ ସଭାପତି ପଦ ଦିଆଯାଇଛି । ହେଲେ ଦକ୍ଷ ନେତାଙ୍କୁ ପଚରାଯାଉନି । Post navigation ଦିଲ୍ଲୀ ଚଲୋ ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି