ଅର୍ଚ୍ଚନା ନାଗ ଓ ତାଙ୍କ ପୁଅକୁ ସ୍ବାମୀ ଜଗବନ୍ଧୁଙ୍କ ହତ୍ୟା ଉଦ୍ୟମ ଅଭିଯୋଗ । ରାତି ଅଧରେ ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ସ୍ବାମୀ ଜଗବନ୍ଧୁ ମାରଣାସ୍ତ୍ରରେ ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହାପରେ ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ ।ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା ।

ସୂଚନା ଯୋଗ୍ୟ; ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ଛାଡପତ୍ର ମାମଲା ଚାଲିଥିବା ବେଳେ ଉଭୟ ଅଲଗା ରହୁଛନ୍ତି । ତେବେ ରାତି ଅଧରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ବି ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *