ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ରାଜ୍ୟ ସରକାର ତର୍ଜମା କରିବେ । ଶିକ୍ଷକଙ୍କ ସ୍ୱାର୍ଥ ବି ଦେଖିବାର ଆବଶ୍ୟକତା ରହିଛି ।ସବୁ ଦିଗକୁ ବିଚାର କରିବା ସହ ଶିକ୍ଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ । ସୂଚନା ଯୋଗ୍ୟ; ଶିକ୍ଷକ ନିଯୁକ୍ତି ପାଇବାକୁ ଚାହୁଁଥିବା ଏବଂ ଚାକିରିରେ ଥିବା ଶିକ୍ଷକ ପଦୋନ୍ନତି ପାଇଁ ଆଶାୟୀ ଥିଲେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET)ରେ କୃତକାର୍ଯ୍ୟ ହେବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ସୋମବାର ରାୟ ଦେଇଛନ୍ତି। ଯେଉଁ ଶିକ୍ଷକଙ୍କର ଅବସର ଗ୍ରହଣ ପାଇଁ ପାଞ୍ଚ ବର୍ଷ ବା ତତୋଧିକ ସମୟ ବାକି ଅଛି ସେମାନଙ୍କୁ ମଧ୍ୟ ଚାକିରି ଜାରି ରଖିବା ପାଇଁ ଟିଇଟିରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ କରାଯାଇଛି । ଯଦି ସଂପୃକ୍ତ ଶିକ୍ଷକମାନେ ଟିଚର ଇଲିଜିବିଲିଟି ଟେଷ୍ଟ (TET) ପାସ୍ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ । Post navigation ଜନତା ଦଳ ପରି ଦୁର୍ଦ୍ଦଶା ଘଟିବ କି ବିଜଦର ? BRSରୁ ସସ୍ପେଣ୍ଡ୍ ହେଲେ କେ.କବିତା