ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ୍ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ । ସେ କହିଛନ୍ତି ବିଶ୍ୱସ୍ତରୀୟ ସହର ହେବ ଭୁବନେଶ୍ୱର । ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍‌ । କ୍ବାଡ୍ ସିଟି ପ୍ରୋଗ୍ରାମ ଜରିଆରେ ହେବ, ସରକାର ପ୍ଲାନ୍ ରଖିଛନ୍ତି । ସେହିପରି ସୁନାବେଡ଼ା, କୋରାପୁଟ୍, ବରଗଡ଼, ସମ୍ବଲପୁରକୁ ନେଇ ହେବ ଅନ୍ୟ ଏକ ଜୋନ୍। ଉତ୍ତରରେ ବି ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ହେବ ୩ୟ ଜୋନ୍ ।

ସେ ଆଉ ମଧ୍ୟ କହିଛନ୍ତି ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ବ ନେଇଥିବା ସହରମାନଙ୍କୁ ନେଇ ହେବ ଜୋନ୍ । ଯେଉଁ ସହରଗୁଡିକ ରାଜ୍ୟର ଜ଼ିଡିପିରେ ପ୍ରମୁଖ ଦାୟିତ୍ୱ ନେଉଛନ୍ତି ସେହି ସହରମାନଙ୍କୁ ନେଇକି ଅର୍ଥନୀତିକ ଜୋନ ପ୍ରସ୍ତୁତ ହେବ। କେବଳ ସହରାଞ୍ଚଳ ବୃଦ୍ଧି ନୁହେଁ ବରଂ ରାଜ୍ୟର ଅର୍ଥନୀତିକ କାରବାର ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାରଙ୍କ ଏକ ଆନ୍ତରିଣ କମିଟି ଏବଂ ନୀତି ଆୟୋଗର ସମନ୍ୱୟରେ ଏହି କ୍ଵାଡ଼ ସିଟି ଯୋଜନା ଆଗକୁ ବଢୁଛି।ସରକାରଙ୍କ ଲକ୍ଷ୍ୟ ହେଉଛି ଏହି ଜୋନ୍‌ଗୁଡ଼ିକର ବିକାଶ ମାଧ୍ୟମରେ ଓଡ଼ିଶାର ଅର୍ଥନୈତିକ ପରିଦୃଶ୍ୟକୁ ବୃଦ୍ଧି କରିବା, ସମଗ୍ର ଅଞ୍ଚଳରେ ଉତ୍ତମ ସମନ୍ୱୟ ଏବଂ ପ୍ରଗତିକୁ ସହଜ କରିବା। ଏହି ଯୋଜନା ଓଡ଼ିଶା ସରକାର ଏବଂ ନୀତି ଆୟୋଗର ସମନ୍ୱୟରେ ଏକ ଆଭ୍ୟନ୍ତରୀଣ କମିଟି ଦ୍ୱାରା ପରିଚାଳିତ ହେଉଛି।

Leave a Reply

Your email address will not be published. Required fields are marked *