କଟକରେ ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍ ପାଇଁ ପଦକ୍ଷେପ । ଫୋନ୍ ନମ୍ବର ଜାରି କଲା କଟକ କମିଶନରେଟ ପୋଲିସ । ପୂଜା ସମୟରେ ଯଦି କେହି ଜୋର ଜବରଦସ୍ତ ଚାନ୍ଦା ମାଗନ୍ତି ତେବେ ପୁଲିସ୍କୁ ଫୋନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଡିସିପି । ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଫୋନ୍ ନମ୍ବର ଜାରି କଲା କଟକ କମିଶନରେଟ ପୋଲିସ । ଡିସିପି କହିଛନ୍ତି ଜାରି ହୋଇଥିବା ମୋବାଇଲ୍ ନଂ ୭୩୨୮୦୭୭୩୨୪ , ୮୪୮୦୫୧୩୦୦୭ ଫୋନ୍ କରନ୍ତୁ । ଆମେ ଆପଣଙ୍କ ପରିଚୟ ଗୋପନ ରଖିବାସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଅଛୁ ଏବଂ ଆଗକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ। Post navigation ନବୀନ ଓଡ଼ିଶାର ସମ୍ପତ୍ତି କି କୌଣସି ବ୍ୟକ୍ତିର ନୁହଁନ୍ତି: ଅଶୋକ ପଣ୍ଡା ୫୦ ଫୁଟ୍ ଉଚ୍ଚ ପାଣି ଟାଙ୍କି ଉପରେ ଫସିଲା ଷଣ୍ଢ