ଜମ୍ମୁ କାଶ୍ମୀରରେ ବୈଷ୍ଣୋ ଦେବୀ ଯାତ୍ରା ବେଳେ ଭୂସ୍ଖଳନ। ଏହି ଭୂସ୍ଖଳନରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଏହା ସହ ଭୂସ୍ଖଳନ ଯୋଗୁଁ ରାସ୍ତାରେ ଫସି ରହିଛନ୍ତି ଅନେକ ଶ୍ରଦ୍ଧାଳୁ । ତ୍ରିକୁଟ ପାହାଡ଼ ଉପରେ ଥିବା ମନ୍ଦିରକୁ ଯିବାକୁ ଥିବା ରାସ୍ତାକୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଇ ଥିବା ବେଳେ ଘଟଣା ସ୍ଥଳରେ ସେନା ଏବଂ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଯୋଗ୍ୟ; ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଜମ୍ମୁ ଯୋଗୁଁ କାଶ୍ମୀରରେ ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ମଙ୍ଗଳବାର ଦିନ ଜମ୍ମୁରେ ସକାଳ ୧୧:୩୦ ରୁ ସନ୍ଧ୍ୟା ୫:୩୦ ମଧ୍ୟରେ ଛଅ ଘଣ୍ଟା ମଧ୍ୟରେ ୨୨ ସେମି ବର୍ଷା ରେକର୍ଡ କରାଯାଇଛି । ଏହା ପରେ ଭୂସ୍ଖଳନ ହୋଇଛି । କଟରାରେ ମାତା ବୈଷ୍ଣୋଦେବୀ ଯାତ୍ରା ମାର୍ଗରେ ଏକ ବଡ଼ ଭୂସ୍ଖଳନ ହୋଇଛି । ଏପର୍ଯ୍ୟନ୍ତ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। Post navigation ଆଜି ଗଣେଶ ଚତୁର୍ଥୀ; ଚଳଚଞ୍ଚଳ ସାରା ଦେଶ ଆସିଷ୍ଟାଣ୍ଟ ଟ୍ୟାକ୍ସ କମିଶନର୍ ସରିତା ବାରିକ ଗିରଫ