ଆଜିଠୁ ରାଜ୍ୟରେ ଆମ ଶାସନ ବ୍ୟବସ୍ଥା । ଲୋକଙ୍କ ମତାମତ ଆଧାରରେ ନିର୍ଦ୍ଧାରଣ ହେବ ନୀତି । ରାଜ୍ୟରେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନାଗରିକମାନଙ୍କଠାରୁ ସିଧାସଳଖ ମତାମତ ସଂଗ୍ରହ ପାଇଁ ଆମ ଶାସନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ । ତାହାକୁ ନେଇ ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯିବ । ଅଭିଯୋଗ ପାଇଁ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି । ମତାମତ ଓ ଅଭିଯୋଗ ପାଇଁ ୧୪୪୭୧ ଟୋଲ୍ ଫ୍ରି ନମ୍ବର । ଏହା ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୯ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ହ୍ବାଟସ୍ଆପ୍, ଇ-ମେଲ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବି ଅଭିଯୋଗ କି ମତାମତ ରଖିପାରିବେ । ହ୍ବାଟସ୍ଆପ୍ ନମ୍ବର ୭୪୦୦୨୨୧୯୦୩ ରେ ନିଜର ଅଭିଯୋଗ ଓ ମତାମତ ପଠାଇପାରିବେ । ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠୁ ‘ଆମ ଶାସନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । Post navigation ଓଡିଶାରେ ସମବାୟ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବିଭିନ୍ନ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜଦ ରୂପାନ୍ତରଣର ମିଳୁଛି ଆଭାସ; ଅରୁଣ କାର୍ଯ୍ୟକାରୀ ସଭାପତି, ସୁଜାତା ମହାସଚିବ !