ଚାଷୀ ପଞ୍ଜୀକରଣରେ ଓଡ଼ିଶା କଲା ସର୍ବକାଳୀନ ରେକର୍ଡ । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଏବେ ସୁଦ୍ଧା ୧୮ ଲକ୍ଷ ୫୦ ହଜାର ୯୮୩ ଚାଷୀ ପଞ୍ଜୀକରଣ କରିଛନ୍ତି । ଆଜି ରାତି ୧୨ଟା ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ଅବଧି ରହିଛି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଚାଷୀ ପଞ୍ଜୀକରଣ ଜାରି ରହିଛି। ଚାଷୀ ନିଜସ୍ୱ ନାମରେ ଘୋଷଣା ପତ୍ର ମାଧ୍ୟମରେ ସହଜରେ ନିଜ ନାମ ପଞ୍ଜୀକରଣ କରିବା ବ୍ୟବସ୍ଥା ଲାଗୁ ହେବା ପରେ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଗତବର୍ଷ ୧୭ ଲକ୍ଷ ୫୦ ହଜାର ୪୬୨ ଚାଷୀ ପଞ୍ଜୀକରଣ କରିଥିଲେ । ମିଡ୍‌ଲି ମ୍ୟାନ୍ ଫାଇଦା ନ ନେବାକୁ ଏ ବର୍ଷ ଇ-କେୱାଇସି । କିନ୍ତୁ ପରେ ସମସ୍ୟା ଉପୁଜିବାରୁ ସେଲ୍‌ଫ ଡିକ୍ଲାରେସନ୍ ବ୍ୟବସ୍ଥା କରିଛୁ । ଯେଉଁଥି ପାଇଁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *