ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଆଜିଠୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । www.samsodisha.gov.in ରେ ଛାତ୍ରଛାତ୍ରୀମାନେ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଆଜି ଦିନ ୩ଟାରୁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ । ଆବେଦନ ପାଇଁ ଅଗଷ୍ଟ ୩୧ ଶେଷ ତାରିଖ ରହିଥିବାବେଳେ ସେପ୍ଟେମ୍ବର ୪ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୬ରୁ ୧୦ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ନାମ ଲେଖାଇବେ ।

Leave a Reply

Your email address will not be published. Required fields are marked *