ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୧୫ ଜଣିଆ ଦଳ ଘୋଷଣା କରିଛି । ହରମନପ୍ରୀତ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଷ୍ଟାର ଓପନର ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକା କରାଯାଇଛି । ତେବେ ଓପନର ଶେଫାଲୀ ବର୍ମା ବିଶ୍ୱକପ ଦଳ ତଥା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଦଳରୁ ବାଦ ପଡ଼ିଛନ୍ତି । ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ପ୍ରତିକା ରାୱାଲ, ହରଲୀନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ୟୁଜ, ରେଣୁକା ସିଂ ଠାକୁର, ଅରୁନ୍ଧତୀ ରେଡ୍ଡୀ, ରିଚା ଘୋଷ (ଉଇକେଟକିପର), କ୍ରାନ୍ତି ଗୌଡ଼, ଅମନଜୋତ କୌର, ରାଧା ଯାଦବ, ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ (ଉଇକେଟକିପର) ଏବଂ ସ୍ନେହ ରାଣା । Post navigation ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା: ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ପ୍ରକାଶ ପାଇଲା ନିଟ ପିଜି ପରୀକ୍ଷା ଫଳ