ଓଡ଼ିଶାବାସୀଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । ଦୀର୍ଘ ଦିନ ହେବା ଦାବି ହୋଇଆସୁଥିବା କଟକ-ଭୁବନେଶ୍ୱର ବାଇପାସ୍ ରୋଡ୍ କୁ କେନ୍ଦ୍ର କ୍ୟାବିନେଟର ମୋହର ଲାଗିଛି । ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଏହାକୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ଆଜି ମୋର ସ୍ବପ୍ନ ସାର୍ଥକ ହେଲା ହୋଇଛି ତେଣୁ ମୁଁ ଅତ୍ୟନ୍ତ ଆନନ୍ଦିତ।ରାଜଧାନୀ ଅଞ୍ଚଳରେ ୧୧୧ କି.ମି. ଲମ୍ବା, ୬-ଲେନ୍ ଏକ୍ସେସ୍ କଣ୍ଟ୍ରୋଲ୍ଡ୍ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍, ଯାହା ଖୋର୍ଦ୍ଧା ନିକଟରେ ରାମେଶ୍ୱରରୁ କଟକ ଜିଲ୍ଲାର ଟାଙ୍ଗି ପର୍ଯ୍ୟନ୍ତ ହେବ, ମୋଟ ବ୍ୟୟ ୮୩୦୭ କୋଟି ଟଙ୍କା, ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ ପାଇଛି। ଭୁବନେଶ୍ୱରରୁ ସାଂସଦ ହେବା ପରେ, ମୋର ପ୍ରଥମ ଦାୟିତ୍ୱ କାଳରୁ ଏହାକୁ ନିୟମିତ ଭାବରେ ପ୍ରୟାସ କରୁଥିଲି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରୀଙ୍କୁ ନିରନ୍ତର ଅନୁରୋଧ କରିଥିଲି। ତାଙ୍କ ସହ ସାକ୍ଷାତ କରି ଏହି ବାଇପାସ୍ର ଆବଶ୍ୟକତାକୁ ବ୍ୟାପକ ଭାବେ ବୁଝାଇଥିଲି। ଏହି ଐତିହାସିକ ସିଦ୍ଧାନ୍ତ ପାଇଁ ନେତୃତ୍ୱଙ୍କ ପ୍ରତି ଆଭାରୀ । ନ୍ୟାସନାଲ୍ ହାଇୱେସ୍ ଅଥରିଟି ଅଫ୍ ଇଣ୍ଡିଆକୁ ମୁ ଧନ୍ୟବାଦ ଜଣାଉଛି । ସୂଚନା ଯୋଗ୍ୟ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଆଜି ୬ ଲେନ୍ ବିଶିଷ୍ଟ ଭୁବନେଶ୍ବର ବାଇପାସ୍ ସଡ଼ଜ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । କଟକ-ଭୁବନେଶ୍ବର ମଧ୍ୟରେ ଭିଡ଼ କମାଇବାକୁ ହେବ ରିଙ୍ଗ୍ ରୋଡ୍ । ୧୧୦ କିମି ଦୀର୍ଘ ଭୁବନେଶ୍ବର ବାଇପାସ୍ ପାଇଁ କ୍ୟାବିନେଟ୍ ମୋହର ବାଜିଛି । କୋଲକାତା-ଚେନ୍ନାଇ NH-୧୬ ମଧ୍ୟରେ କଟକ, ଭୁବନେଶ୍ବର ଆସୁଛି ତେଣୁ ଏକ ବାଇପାସ୍ ରିଙ୍ଗ ରୋଡ୍ ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି । ୮୩୦୭.୭୪ କୋଟି ଟଙ୍କା ବ୍ୟୟରେ ୧୧୦.୮୭୫ କିଲୋମିଟର ଲମ୍ବ ପ୍ରବେଶ ନିୟନ୍ତ୍ରିତ ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡକୁ ହାଇବ୍ରିଡ୍ ଆନୁଇଟି ମୋଡ୍ ବା ଏଚଏଏମ ମାଧ୍ଯମରେ ନିର୍ମାଣ କରାଯିବ। Post navigation ଛଅ ଲେନ୍ ବିଶିଷ୍ଟ ଭୁବନେଶ୍ବର ବାଇପାସ୍କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପ୍ରକାଶ ପାଇଲା ନିଟ ପିଜି ପରୀକ୍ଷା ଫଳ