Trump-Putin summit ends with no ceasefire in Ukraine
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧବିରତି ଉପରେ ଆଲାସ୍କାରେ ଆଲୋଚନା କରିଛନ୍ତି ।
 
ପ୍ରାୟ ୩ ଘଣ୍ଟା ଧରି ଉଭୟ ନେତାଙ୍କ ମଧ୍ୟରେ ଏହି ଶୀର୍ଷ ବୈଠକ ଚାଲିଥିଲା । କଥାବାର୍ତ୍ତା ସକାରାତ୍ମକ ହେଲେ ବି ଯୁଦ୍ଧବିରତି ଉପରେ ଉଭୟ ନେତା କୌଣସି ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନଥିଲେ ।
 
ବୈଠକ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତା ପାଇଁ ଆଲୋଚନା ହୋଇଛି ବୋଲି ପୁଟିନ କହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଶାନ୍ତି ସ୍ଥାପନ ହୋଇପାରିନାହିଁ ବୋଲି ସେ କହିଛନ୍ତି ।
 
ଆମେରିକା ସହ ସମ୍ପର୍କକୁ ନେଇ ଗର୍ବିତ ତେବେ ରୁଷର ସୁରକ୍ଷା ତାଙ୍କ ପାଇଁ ସର୍ବୋପରି ବୋଲି ପୁଟିନ କହିଛନ୍ତି । ପରବର୍ତ୍ତୀ ବୈଠକର ରୁଷ୍ ରାଜଧାନୀ ମସ୍କୋରେ ଆୟୋଜନ ହେବାର ସମ୍ଭାବନା ଅଛି ।

By Nirvay

Leave a Reply

Your email address will not be published. Required fields are marked *