ନକଲି ଚାଷୀଙ୍କୁ ଚିହ୍ନଟ କରିବେ ରାଜ୍ୟ ସରକାର । ସବୁ ଚାଷୀଙ୍କର ହେବ e-KYC । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଖରିଫ ଧାନ ବିକିବାକୁ ପଞ୍ଜୀକରଣ ବେଳେ ଚାଷୀଙ୍କ e-KYC କରାଯିବ । ଚାଷୀ ଫିଙ୍ଗର ପ୍ରିଣ୍ଟ ସହ ଆଖି ସ୍ପାନ କରାଇବେ । ଯାହାଫଳରେ ଯେଉଁ ନକଲି ଚାଷୀ ସରକାରଙ୍କର ବିଭିନ୍ନ ସୁବିଧା ପାଉଥିବେ ସେମାନେ ବଞ୍ଚିତ ହେବେ । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଚାଷୀ ପଞ୍ଜୀକରଣକୁ ନେଇ ସରକାର ସରଳୀକରଣ କରିଛନ୍ତି । ସମସ୍ୟା ଉପୁଜିବା ପରେ ସରଳ ହେଲା ଚାଷୀ ପଞ୍ଜୀକରଣ । ବାପା କି ଜେଜେବାପାଙ୍କ ନାମରେ ଜମି ଥିଲେ ପୁଅମାନେ ବି ପଞ୍ଜୀକରଣ କରିପାରିବେ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜୀକରଣ କରିପାରିବେ । ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି ତେବେ ତାଙ୍କୁ ଅନ୍ୟ ଭାଇମାନଙ୍କର ଲିଖିତ ସ୍ୱୀକୃତିନାମା ପଞ୍ଜୀକରଣ ସମୟରେ ଦାଖଲ କରିବେ । Post navigation କୋଟିଆକୁ ଗଡ଼ିବ ମୁଖ୍ୟମନ୍ତ୍ରୀ ବସ୍ ରାଗିଂ ଘଟଣା: ରେଭେନ୍ସାର ୧୦ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର