ନୂଆପଡ଼ା ଜିଲ୍ଲା କୋମନା ଥାନା ସାହାଜଟ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ର ଅଶ୍ୱିନୀ ଦାସ ବନଛୋର ମୃତ୍ୟୁ ପରେ କାର୍ଯାନୁଷ୍ଠାନ ନେଲେ ଜିଲ୍ଲାପାଳ । ସାହାଜଟ ସେବାଶ୍ରମ ସ୍କୁଲ୍ ପ୍ରଧାନ ଶିକ୍ଷକ ନିଲମ୍ୱିତ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ କରାଯାଇଛି ।

ଅନ୍ୟପଟେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ଦାବି । କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ହେଲା ଜଣାପଡିନାହିଁ ।

ସୂଚନା ଯୋଗ୍ୟ; ଖଡ଼ିଆଳ ଥାନା ବଡ଼ମହେଶ୍ୱର ଗାଁର ତୁଳସୀ ଦାସ ବନଛୋରଙ୍କ ପୁଅ ଆଶ୍ଵିନୀ ସାହାଜଟ ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ ।  ବୁଧବାର ସନ୍ଧ୍ୟାରେ ଅଶ୍ୱିନୀ ସେବାଶ୍ରମ ପରିସର ବାହାରକୁ ଯାଇଥିଲେ । ରାତିରେ ଅଶ୍ୱିନୀ ବେକରେ ଶାଲ୍ ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଖବର ପାଇ ସେବାଶ୍ରମ କର୍ତ୍ତୃପକ୍ଷ ଓ ଛାତ୍ରମାନେ ଘଟଣା ସ୍ଥଳରେ ପହଞ୍ଚି ଅଶ୍ୱିନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅଶ୍ୱିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *