୩ ମାସରେ ଇ-କେୱାଇସି ନ କଲେ କରାଯିବ ରାସନ କାର୍ଡ । ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଏ ପର୍ଯ୍ୟନ୍ତ ରାସନ କାର୍ଡ ପାଇଁ ୨୦ ଲକ୍ଷ ୫୮ ହଜାର ଲୋକ ଇ-କେୱାଇସି କରିନାହାନ୍ତି । ଇ-କେୱାଇସି କରିନଥିବା ଲୋକଙ୍କ ଚାଉଳ ବନ୍ଦ କରାଯାଇଛି । ଯଦି ଚାଉଳ ଯାଉନି ସେମାନେ ଇ-କେୱାଇସି କଲେ ଚାଉଳ ଦିଆଯିବ । ଇ-କେୱାଇସି କରିନଥିବା ଲୋକଙ୍କ ପାଇଁ ସରକାର ୩ ମାସ ଅପେକ୍ଷା କରିବେ । ୩ ମାସ ମଧ୍ୟରେ ଇ-କେୱାଇସି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେ ଆଉ ମଧ୍ୟ କହିଛନ୍ତି କାର୍ଡ ଗୁଡ଼ିକ ସେହି ସମୟରେ ସସପେଣ୍ଡ୍ ଅବସ୍ଥାରେ ରହିବ । ନେଟୱର୍କ ନଥିବା ଜିଲ୍ଲାମାନଙ୍କରେ ନେଟୱର୍କ ବ୍ୟବସ୍ଥା କରାଯାଇଛି । ୫ ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ରାସନ କାର୍ଡର ସୁବିଧାରୁ ବାଦ୍‌ ଦିଆଯିବ । ଯାହା ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ସେମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ । ତୁରନ୍ତ ଇ-କେୱାଇସି କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *