ବାଲେଶ୍ୱର ଫକୀର ମୋହନ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା କାଲି ପରି ଆଜି ବି ଜଟିଳ ରହିଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ବର ଏମ୍ସ ଅଧୀକ୍ଷକ ଦିଲୀପ ପରିଡ଼ା । ସେ କହିଛନ୍ତି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁଧାର ଆସି ନଥିଲେ ମଧ୍ୟ ସ୍ଥିର ଏବଂ ସଙ୍କଟାପନ୍ନ ରହିଛି । ପ୍ରଥମ ୭୨ ଘଣ୍ଟା ପୀଡ଼ିତାଙ୍କ ଅତ୍ୟନ୍ତ ଗୁରୁତପୂର୍ଣ୍ଣ । ସେ ଆଉ ମଧ୍ୟ କହିଛନ୍ତି ବିଶେଷଜ୍ଞ ଦଳ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ଉନ୍ନତି ଘଟିଛି ବୋଲି କୁହାଯାଇ ପାରିବ ନାହିଁ । ଆଜି ଟିକେ ଟେମ୍ପରେଚର ଆସିଥିଲା, ଆଣ୍ଟିବାଓଟିକ୍ସ ଚାଲିଛି । ବର୍ତ୍ତମାନ ଛାତ୍ରୀଙ୍କର ଡାଇଲିସିସ୍ ଜାରି ରହିଛି । ୮ ଜଣିଆ ଡାକ୍ତରୀ ଟିମଙ୍କ ତତ୍ୱାବଧାନରେ ପୀଡ଼ିତାଙ୍କର ଭେଣ୍ଟିଲେଟରରେ ଚିକିତ୍ସା ଚାଲିଛି । Post navigation କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଦିଲ୍ଲୀରୁ ପ୍ରେସମିଟ୍ କରି ବର୍ଷିଲା ମହିଳା କଂଗ୍ରେସ ବାଲେଶ୍ଵର ଛାତ୍ରୀଙ୍କ ଘଟଣା: ଏମ୍ସରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ