ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ ରେ ମୁଖ୍ୟମନ୍ତ୍ରୀ । ଫକୀରମୋହନ ମହାବିଦ୍ୟାଳୟରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପୀଡ଼ିତାଙ୍କୁ ଏମ୍ସରେ ଚିକିତ୍ସା କରାଯାଉଛି । ଭୁବନେଶ୍ୱର ଏମ୍ସରେ ପହଞ୍ଚି ନିଜେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ବାଲେଶ୍ବର ପୀଡ଼ିତା ଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କ ରେ ଡାକ୍ତର ଏବଂ ଏମ୍ସ ନିର୍ଦ୍ଦେଶକ ଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଏମ୍ସ ହସ୍ପିଟାଲ୍ ରେ  ବାଲେଶ୍ବର ପୀଡ଼ିତା ଙ୍କ ବାପା ମା ଙ୍କୁ ଭେଟି ଶାନ୍ତ୍ବନା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଭିଡିଓ କନଫରେନ୍ସରେ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ଆଗାମୀ ୨୪ ଘଣ୍ଟା ପୀଡିତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ତେଣୁ ସ୍ଥାନାନ୍ତର ସମ୍ଭବ ନୁହେଁ । ଯଦି ଆଗକୁ ସ୍ଥିତି ସ୍ୱାଭାବିକ ହୁଏ ତା ହେଲେ ଦିଲ୍ଲୀ ଏୟାରଲିଫ୍ଟ କରାଯିବ ।

ଅନ୍ୟପଟେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍ସରେ  ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।  ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଛାତ୍ରୀଙ୍କୁ ବଞ୍ଚାଇବାକୁ ସମସ୍ତ ଚେଷ୍ଟା କରାଯାଉଛି । ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ସ୍ଥିତିରେ ସୁଧାର ଆଣିବା ପାଇଁ ବିଭିନ୍ନ ବିଭାଗର ଡାକ୍ତର ଚିକିତ୍ସାରେ ଲାଗିଛନ୍ତି । ଏହି ଘଟଣା ପରେ ତୁରନ୍ତ କଲେଜର ଅଧ୍ୟାପକ ଓ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରାଯାଇଛି। ଅଭିଯୋଗ ଥିବା ଅଧ୍ୟାପକଙ୍କୁ ଗିରଫ ମଧ୍ୟ କରାଯାଇଛି । ଏକ ୩ ଜଣିଆ ତଦନ୍ତ କମିଟି ଗଠନ ହୋଇଛି ।

Leave a Reply

Your email address will not be published. Required fields are marked *