ଜିନ୍ଦଲ ଦ୍ବାରା କ୍ଷତି ଗ୍ରସ୍ତ ବଡକେରଜାଙ୍ଗ ଗ୍ରାମବାସୀ ସୋମବାର ଏକ ବିଶାଳ ଶୋଭାଯାତ୍ରାରେ ତହସିଲ ଅଫିସ ସମ୍ମୁଖରୁ ବାହାରି ଅନୁଗୋଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସମାବେଶରେ ପିସିସି ସଭାପତି ଭକ୍ତଚରଣ ଦାସ ଯୋଗ ଦେଇ ଜିନ୍ଦଲ କମ୍ପାନୀ ବଡକେରଜାଙ୍ଗ ଗ୍ରାମ ବାସିଙ୍କ ଜମିକୁ ୨୦୦୬ ମସିହାରେ ଇଡକୋ ଜରିଆରେ ନେଇ ଥିବା ବେଳେ ଆଜି ପର୍ଯ୍ୟନ୍ତ କମ୍ପାନୀ କ୍ଷତିପୂରଣ ଓ ନିଯୁକ୍ତି ଦେଇନାହିଁ। ୨୦୧୩ ପଲିସି ଅନୁଯାୟୀ ଏକର ପିଛା ଏକ କୋଟି ପନ୍ଦର ଲକ୍ଷ ଟଙ୍କା ଦେବା କଥା। ଏପର୍ଯ୍ୟନ୍ତ ୪ଶହ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ଦିଆଯାଇନାହିଁ। ତେଣୁ କମ୍ପାନୀ ବିସ୍ଥାପିତଙ୍କ ଜମି ଫେରାଇ ଦେଉ ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି । ଏହା ସହ ଆଗାମୀ ଦିନରେ କମ୍ପାନୀ ବିରୋଧରେ ଆନ୍ଦୋଳନ ତୀବ୍ର କରିବାକୁ କହିଥିଲେ । ସେହିପରି ଛେଣ୍ଡିପଦା ଅଞ୍ଚଳରେ ୩୪ ଗୋଟି କୋଇଲା ଖଣି ହେଉଥିବା ବେଳେ ପରିବେଶ ସମସ୍ୟା ଉତ୍କଟ ରୂପ ନେବ । ଯଦି ବିସ୍ଥାପିତଙ୍କୁ ସେମାନଙ୍କ ଉପଯୁକ୍ତ କ୍ଷତି ପୂରଣ ଥଇଥାନ ପ୍ୟାକେଜ ନଦିଆଯାଏ ତାହେଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ। ଏହି ବିକ୍ଷୋଭସମାବେଶରେ ପିସିସି ଉପସଭାପତି ଇଂ ସସ୍ମିତା ବେହେରା ଲଳିତେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ଛାତ୍ର ନେତା ଚିନୁ ସିଂ, କଂଗ୍ରେସ ନେତା ସୁଧାଂଶୁ ଶେଖର ଦେଓ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ଭଟ୍ଟ, ପୂର୍ବତନ ବ୍ଳକ ଅଧ୍ଯକ୍ଷ ଦିଗାମ୍ବର ଗଡ଼ନାୟକ, ଜଗତାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କମ୍ପାନୀ ବିରୋଧରେ ପ୍ରତିବାଦ କରିଥିଲେ । Post navigation ଦିଗପହଣ୍ଡିରେ ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ସଭାପତି ହେବା ପରେ ମନମୋହନଙ୍କୁ ପ୍ରଶଂସାରେ ପୋତିଲେ ମୁଖ୍ୟମନ୍ତ୍ରୀ