ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏନେଇ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ଜୁଲାଇ ୬ ତାରିଖ ଦିନ ସକାଳ ୧୦ ଟାରେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯିବ ।
 
କେତୋଟି ଗେଟ୍ ଖୋଲା ଯିବ, ତାହା ସେହି ଦିନ ନିଷ୍ପତ୍ତି ନିଆଯିବ । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉନଥିବାରୁ ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲାଯିବ ।
 
ଯେଉଁ ୧୩ଟି ଜିଲ୍ଲା ପ୍ରଭାବିତ ହେବେ, ସେହି ଜିଲ୍ଲାଗୁଡ଼ିକୁ ଆଜି ଖବର ପହଞ୍ଚାଇ ଦିଆଯିବ । ଡ୍ୟାମର ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ କରିବା ପାଇଁ ଆସନ୍ତା କଲି ଠାରୁ ମାଇକରେ ପ୍ରଚାର କରାଯିବ ।
 
 
 

By Nirvay

Leave a Reply

Your email address will not be published. Required fields are marked *