ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ପଶାମୟାଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ ଔଷଧ କାରଖାନାରେ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି ପାଇଥିବା ବେଳେ ସେଥି ମଧ୍ୟରୁ ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ କୋଦଭଟ୍ଟା ଗ୍ରାମର ୨ ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ କୃଷ୍ଣ ଗୌଡ଼ଙ୍କ ପୁଅ ରମେଶ ଗୌଡ଼ (୨୨) ଏବଂ ହରିଚନ୍ଦ୍ର ଭତ୍ରାଙ୍କ ପୁଅ ଚଇତୁ ଭତ୍ରା(୨୩) ଅଟନ୍ତି।

ବିସ୍ଫୋରଣ ଘଟଣା ରେ ମୃତ୍ୟୁ ହୋଇଥିବା ନେଇ ଗତ ମଙ୍ଗଳବାର ସକାଳ ପ୍ରାୟ ୯ଟା ସମୟରେ ଝରିଗାଁ ବ୍ଲକରୁ ଯାଇଥିବା ଅନ୍ୟ ଯୁବକ ମାନେ ଘରକୁ ଖବର ଦେଇଥିଲେ । ଦୁଇ ମୃତକଙ୍କ ଶବ ନେବା ସକାଶେ ଉଭୟ ପରିବାରର ସଦସ୍ୟଙ୍କୁ ଡିଏନ ଏ ଟେଷ୍ଟ କରାଯିବା ନେଇ କୁହାଯାଇଥିଲା । ଏଥି ସକାଶେ ରମେଶଙ୍କ ବଡ଼ ଭାଇ ବଳି ଗୌଡ଼, ଏବଂ ଚଇତୁଙ୍କ ସମ୍ପର୍କୀୟ ଭାଇ କୁମ ଭତ୍ରା ବୁଧବାର ଘଟଣା ସ୍ଥଳେ ପହଞ୍ଚିଛନ୍ତି। ଡିଏନ ଏ ରିପୋର୍ଟ ଆସିବା ପରେ ଦୁଇ ମୃତକଙ୍କ ଶବ ପରିବାର ଲୋକଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟଯେ ଝରିଗାଁ ବ୍ଲକର ପ୍ରାୟ ୨୦ ଜଣ ଯୁବକ ଉକ୍ତ ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ରେ ଶ୍ରମିକ ଭାବେ କାମ କରୁଥିଲେ । ଦୁର୍ଘଟଣା ଘଟିବା ପୂର୍ବରୁ ୧୮ ଜଣ ଯୁବକ ଜଳଖିଆ ଖାଇବା ସକାଶେ ଫ୍ୟାକ୍ଟ୍ରି ରୁ ବାହାରକୁ ଆସିଥିଲେ । ଯାହାଫଳରେ ଉକ୍ତ ୧୮ଜଣ ଯୁବକ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ ।

Leave a Reply

Your email address will not be published. Required fields are marked *