ପୁରୀରେ ଶରଧାବାଲିରେ ଦଳାଚକଟା ମାମଲାରେ ରାଜ୍ୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଛନ୍ତି । ଦଳାଚକଟା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ମାଗିଥିବା ଜଣାପଡିଛି । ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଓଏଚ୍ଆରସି । ଏହା ସହ ଯେପରି ଘଟଣାର ପୁନରାବୃତ୍ତି ନ ଘଟିବ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁରକ୍ଷା ବ୍ୟବସ୍ଥାରେ କାହିଁକି ତ୍ରୁଟି ରହିଲା ସେ ନେଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଘଟଣ ପରେ କ’ଣ ପଦକ୍ଷେପ ନିଆଯାଇଛି ଓ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବାକୁ ଓଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏପରି ଘଟଣା ଯେମିତି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଜଣେ ଆଇନଜୀବୀଙ୍କ ଆବେଦନ ଉପରେ ଶୁଣାଣି କରି ଓଏଚଆରସି ରିପୋର୍ଟ ତଲବ କରିଛନ୍ତି ।

Leave a Reply

Your email address will not be published. Required fields are marked *