ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ପଶାମାଇଲାରାମ ଶିଳ୍ପାଞ୍ଚଳରେ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି । ସିଗାଚି ଇଣ୍ଡଷ୍ଟ୍ରିଜ୍ ନାମକ ଏକ କାରଖାନାରେ ଏହି ବିସ୍ଫୋରଣ ଘଟିଛି, ଯେଉଁଥିରେ ୪ ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହା ସହିତ ଆଉ ୪ ଜଣ ଓଡ଼ିଆ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତକମାନେ ହେଲେ ଗଞ୍ଜାମର ଜଗନମୋହନ, କଟକ ତିଗିରିଆର ଲଗ୍ନଜିତ ଦୁଆରୀ, ବାଲେଶ୍ୱରର ମନୋଜ ରାଉତ ଏବଂ ଯାଜପୁର ଜିଲ୍ଲାର ଦୋଳଗୋବିନ୍ଦ ସାହୁ ।

ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଜଣିଆ ଟିମ୍ ତେଲେଙ୍ଗାନା ଗସ୍ତ କରିଛନ୍ତି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ପ୍ରୀତିଶ ପଣ୍ଡା ସାଙ୍ଗାରେଡ୍ଡି ଜିଲ୍ଲାର ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରାଥମିକ ସ୍ତରରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସମସ୍ତଙ୍କ ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ଓଡ଼ିଶାକୁ ପଠାଯାଇଛି ।

ସୂଚନା ଯୋଗ୍ୟ, ସୋମବାର ସାଙ୍ଗାରେଡ୍ଡିର ପାସମେଲାରାମ ଫେଜ୍-୧ସ୍ଥିତ ସିଗାଚି ଫାର୍ମା ପ୍ଲାଣ୍ଟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା, ଯାହା ପରେ କାରଖାନାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ସମୟରେ କାରଖାନାରେ ଉପସ୍ଥିତ ଥିବା କର୍ମଚାରୀଙ୍କ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ନିଖୋଜ ଅଛନ୍ତି ।

Leave a Reply

Your email address will not be published. Required fields are marked *