Bigg Boss 13 fame Shefali Jariwala passes away
ଆଉ ନାହାନ୍ତି ‘ବିଗ୍ ବସ୍ – ୧୩’ ଫେମ୍ ତଥା ବଲିଉଡ ଅଭିନେତ୍ରୀ ଶେଫାଲି ଜରିୱାଲା । ୪୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି ।
 
ଶୁକ୍ରବାର ବିଳମ୍ବିତ ରାତିରେ ସେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ ପରାମ ତ୍ୟାଗୀ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
 
ତାଙ୍କର ଅସମୟରେ ମୃତ୍ୟୁ ସମସ୍ତଙ୍କୁ ଆଶର୍ଯ୍ୟ କରିଛି କାରଣ ଶେଫାଲି ବହୁତ ଫିଟ୍ ଥିଲେ ଏବଂ ପ୍ରତିଦିନ ଜିମ୍ କରୁଥିଲେ । ସେ ଇନଷ୍ଟାଗ୍ରାମରେ ତାଙ୍କ ଫିଟନେସର ଫଟୋ ସେୟାର କରୁଥିଲେ ।
 
କହିରଖୁଛୁ ଯେ ପୂର୍ବରୁ ବିଗ୍ ବସ୍-୧୩ ବନ୍ଧୁ ସିଦ୍ଧାର୍ଥ ଶୁକ୍ଳାଙ୍କର ମଧ୍ୟ ୪୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଥିଲା ।
 
ଶେଫାଳି ଜରିୱାଲା ୨୦୦୨ ରେ ‘କାଣ୍ଟା ଲଗା’ ମ୍ୟୁଜିକ୍ ଭିଡିଓରେ ଆଦୃତି ପାଇଥିଲେ । ବଲିଉଡ୍ ଚଳଚ୍ଚିତ୍ର ‘ମୁଝସେ ଶାଦୀ କରୋଗି’ ରେ ନଜର ଆସିଥିଲେ ।

By Nirvay

Leave a Reply

Your email address will not be published. Required fields are marked *