ରଥଯାତ୍ରାରେ ଅଘଟଣ। ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ ପୁଲିସ ଆକ୍ରମଣରେ ୭ରୁ ଉର୍ଦ୍ଧ୍ବ ଗୁରୁତର ଆହାତ ହୋଇଛନ୍ତି । ଜଣେ ମହିଳା ସାମ୍ବାଦିକ ହାତରେ ୨୦ ଷ୍ଟିଜ ପଡିଛି । ଏହି ଘଟଣା ପ୍ରଥମ ଥର ଘଟିଥିବା ବେଳେ ଏହାକୁ ବିରୋଧୀ ନିନ୍ଦା କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ବାଦିକମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରିଥିଲେ । ସକାଳ ୮ଟା ରୁ ଭୁବନେଶ୍ବର ଜୟଦେବ ଭବନ ନିକଟରୁ ଓଟିଡିସି ବସରେ ୫୨ ଜଣ ସାମ୍ବାଦିକ ବାହାରିଥିଲେ । ପୁରୀରେ ପୂର୍ବାହ୍ନ ୧୦ ଟାରେ ପହଞ୍ଚିଥିଲେ । ସେମାନଙ୍କ ପାଇଁ କର୍ଡନ ପାସ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ସାମ୍ବାଦିକମାନେ ମୋଚି ସାହି ଦେଇ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ପହଁଞ୍ଚିଲେ । ହେଲେ ସେମାନଙ୍କୁ ପୁଲିସ ବ୍ୟାରିକେଡରେ ଛାଡି ନଥିଲା । ସାମ୍ବାଦିକମାନେ ପୁଲିସକୁ କର୍ଡନ ପାସ ସହିତ ନିଜର ସାମ୍ବାଦିକ ପରିଚୟ ପତ୍ର ବି ଦେଖାଇଥିଲେ । କିନ୍ତୁ ପୁଲିସ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ସାମ୍ବାଦିକଙ୍କୁ ଠେଲାପେଲାରେ ୬ ଜଣ ଗୁରୁତର ଆହତ ହୋଇଥିଲେ । ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ତଳେ ପଡି ଯିବା ଯୋଗୁଁ ଲୋକମାନେ ଦଳାଚକଟା କରିଦେଥିଲେ । ସେହିପରି ଆଉ ଜଣେ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଆହତ ହୋଇଥିବା ବେଳେ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହର ପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା । ତଥାପି ପୋଲିସର ଆକ୍ରମଣ ଥମି ନଥିଲା। ମହିଳା ସାମ୍ବାଦିକା ବିଜୟିତା ତ୍ରିପାଠୀଙ୍କୁ ପୋଲିସ ଏତେ ଜୋରରେ ଠେଲି ଦେଇଥିଲା ଯେ ତାଙ୍କ ହାତରେ ବଡ କ୍ଷତ ସୃଷ୍ଟି ହୋଇଛି । ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାମ୍ପ ହସ୍ପିଟାଲ ଭର୍ତ୍ତୀ କରାଯାଇଥିଲା । ସେଠାରେ ତାଙ୍କ ହାତରେ ୨୦ ଷ୍ଟିଜ ପଡିଥିଲା । ଗିରିଧାରୀ ଲାଲ ଷଡଙ୍ଗୀ ଗୋଡରେ ଆଘାତ ହୋଇଛି । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହିତ ସିସି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । Post navigation ବିଳମ୍ବରେ ଗଡିଲା ନନ୍ଦିଘୋଷ