ଏବେ ଛାତ୍ରଛାତ୍ରୀମାନେ ବର୍ଷକୁ ଦେବେ ଦୁଇଥର ଦଶମ ପରୀକ୍ଷା । ୨୦୨୬ରୁ ବର୍ଷକୁ ଦୁଇଥର ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ପରୀକ୍ଷା । ଏଥିରେ ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଓ ଦ୍ବିତୀୟ ପରୀକ୍ଷା ଇଚ୍ଛାଧୀନ ରହିବ । ଯେଉଁ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରହିବ ତାହାକୁ ଗ୍ରହଣ କରାଯିବ । ଏହା ଫଳରେ ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ କମ ରହିବ ଏବଂ ସେମାନଙ୍କୁ ଆହୁରି ଭଲ ମାର୍କ ରଖିବା ପାଇଁ ଦ୍ୱିତୀୟ ସୁଯୋଗ ପାଇବେ।

ଜାତୀୟ ଶିକ୍ଷା ନୀତି ୨୦୨୦ ର ସୁପାରିଶ ଅନୁଯାୟୀ CBSE ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବୋର୍ଡର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଏକ ସରଳ ଏବଂ ଚାପମୁକ୍ତ ପରିବେଶ ପ୍ରଦାନ କରିବା ଯାହା ଦ୍ଵାରା ସେମାନେ ସେମାନଙ୍କର ଭୁଲରୁ ଶିଖିପାରିବେ ଏବଂ ଉନ୍ନତି କରିପାରିବେ।

Leave a Reply

Your email address will not be published. Required fields are marked *