Odisha CM seeks 10 years report on outsourcing in engineering departments
ଗତ ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟ୍‌ସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
 
କେଉଁ ବିଭାଗ କେଉଁ ବେସରକାରୀ ସଂସ୍ଥାକୁ କାମ ଦେଇଛି ଏବଂ କେଉଁ କାମକୁ କେତେ ଟଙ୍କାରେ କରାଯାଇଛି ମୁଖ୍ୟମନ୍ତ୍ରୀ ତାହାର ତଥ୍ୟ ମାଗିଛନ୍ତି । ଘରୋଇ ସଂସ୍ଥାର ଦକ୍ଷତା ଓ ଯୋଗ୍ୟତାର ତଥ୍ୟ ମଧ୍ୟ ମାଝୀ ମାଗିଛନ୍ତି ।
 
ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉ ଥାଉ କାହିଁକି ଆଉଟ୍ ସୋର୍ସିଂ ସଂସ୍ଥାକୁ କାମ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *