ଚିକିତ୍ସା ପାଇଁ ଆଜି ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ଚିକିତ୍ସା । ୨୨ତାରିଖରେ ହସପିଟାଲରେ ସର୍ଜରୀ ହେବ । ଏଥିପାଇଁ ମୁମ୍ବାଇରେ ଡାକ୍ତରଙ୍କ ସହ କୋର୍ଡିନେଟ କରୁଛନ୍ତି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା । ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବାରୁ ଆଶୁ ଆରୋଗ୍ୟ କାମନା କରି ବିମାନବନ୍ଦରରେ ବିଜେଡିର ନେତଗଣ ଓ ତାଙ୍କ ସମର୍ଥକ ପହଞ୍ଚିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା ପ୍ରକଟ କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। Post navigation ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଦିନରେ ସ୍ୱର୍ଗତ ନବ ଦାସଙ୍କ ଘରେ ଆଇଟି ଚଢ଼ଉ ଜାରି