ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ କ୍ରୋଏସିଆ ଗସ୍ତରେ ଥିବା ସମୟରେ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ଓଡ଼ିଶାର ଏକ ପଟ୍ଟଚିତ୍ର ଉପହାର ଦେଇଛନ୍ତି । ଓଡ଼ିଶାର ପାରମ୍ପରିକ କଳାର ରୂପ ହେଉଛି ପଟ୍ଟଚିତ୍ର । ଉତ୍କଳୀୟ କଳାର ଏହା ଏକ ଶ୍ରେଷ୍ଠ ପ୍ରତିଫଳନ । କପଡା ଉପରେ ପ୍ରାକୃତିକ ରଙ୍ଗ ଓ ତୁଳୀର ବ୍ୟବହାର କରି ସୁନ୍ଦର କଳାକୃତ୍ତି ଅଙ୍କା ଯାଏ । ଏହି ଉପହାର ମାଧ୍ୟମରେ, ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ କଳା ଏବଂ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଛନ୍ତି । କ୍ରୋଏସିଆ ଗସ୍ତରେ ଯାଇଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି । Post navigation ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ: କାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରରେ ବନ୍ଦ ରହିବ ସବୁ ସରକାରୀ କାର୍ଯ୍ୟାଳୟ ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେପିକୁ ଘେରିଲେ ପ୍ରିୟଙ୍କା ଗାନ୍ଧୀ