ଆରମ୍ଭ ହେଲା ଭୁବନେଶ୍ୱରରୁ ଆବୁଧାବିକୁ ସିଧା ବିମାନ ସେବା ।ଭୁବନେଶ୍ବର ଏୟାରପୋର୍ଟରୁ ଆବୁଧାବିକୁ ଉଣାଡ଼ ଭରିଲା ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ଉଡ଼ାଣ କରାଯାଇଛି । ଆଜି ଏହି ବିମାନ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂକେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ସେବାର ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବିମାନରେ ଆଜି ୧୮୦ ଯାତ୍ରୀ ଭୁବନେଶ୍ୱରରୁ ଆବୁଧାବିକୁ ଯାଇଛନ୍ତି। ସୂଚନା ଯୋଗ୍ୟ; ଗୁରୁବାର ସକାଳ ୯ଟା ୩୫ରେ ଇଣ୍ଡିଗୋ ବିମାନ (6E 1441) ଆବୁଧାବି ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି । ଏହା ଅପରାହ୍ନ ୧୨ ଟା ୩୫ରେ ଆବୁଧାବି ରେ ଅବତରଣ କରିବ । ପୁନର୍ବାର ଆବୁଧାବିରୁ ସ୍ଥାନୀୟ ସମୟ ରାତି ୨ଟା ୩୫ ରେ ବାହାରି ସକାଳ ୮ ଟା ୩୫ ରେ ବିମାନ ଭୁବନେଶ୍ୱରରେ ପହଂଚିବ । ଆବୁଧାବି ସହ ଭୁବନେଶ୍ୱରରୁ ବିଦେଶକୁ ଏହା ପଞ୍ଚମ ବିମାନ ସେବା । Post navigation ଭଦ୍ରକ ଜିଲ୍ଲାର ୫ ଟି ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ ରାଜ୍ୟ ସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ