ଛତିଶଗଡ଼ରେ ଭୁଶୁଡୁଛି ମାଓ ଦୁର୍ଗ । ଛତିଶଗଡ଼ ବିଜାପୁର ସ୍ଥିତ ଇନ୍ଦ୍ରାବତୀ ନ୍ୟାସନାଲ ପାର୍କରେ ଅପରେସନ ଘଟଣାରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି । ୫, ୬ ଓ ୭ ତାରିଖ ସର୍ଚ୍ଚ ଅପରେସନ୍ ଓ ଏନ୍କାଉଣ୍ଟରରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓ ଏନକାଉଣ୍ଟର୍ ଚାଲିଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ଗତକାଲି ତେଲେଙ୍ଗାନା ଷ୍ଟେଟ କମିଟି ସଦସ୍ୟ, ମୋଷ୍ଟ ୱାଣ୍ଟେଡ୍ ହାର୍ଡକୋର୍ ମାଓ ନେତା ମାଲିରାପୁ ଆଡଲୁ ଓରଫ ଭାସ୍କର ଓ ସିସିଏମ୍ ଗୌତମ ସୁଧାକରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇ ନଥିବା ଆଉ ୫ ଜଣଙ୍କ ପରିଚୟ ଖୋଜା ଚାଲିଛି । ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଭାସ୍କର ନାଁରେ ୨୫ ଲକ୍ଷର ପୁରସ୍କାର ରାଶି ରହିଥିଲା ।ପୂର୍ବରୁ ଏହି ହାର୍ଡକୋର ମାଓ ନେତାକୁ ଗିରଫ କରିବା ଲାଗି ତେଲେଙ୍ଗାନା, ଆନ୍ଧ୍ର ଓ ଛତିଶଗଡ଼ ସରକାର ଲକ୍ଷାଧିକ ଟଙ୍କା ଘୋଷଣା କରିଥିବା ଜଣାପଡ଼ିଛି । Post navigation ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ ଅନୁଯାୟୀ ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ ହାର