ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ୧୧ ଜଣ ମୃତ୍ୟୁବରଣ ଓ ୭୫ ଜଣ ଆହତ ହୋଇଥିବା ଘଟଣାରେ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏଶନ (କେଏସସିଏ) ର ସମ୍ପାଦକ ଏ. ଶଙ୍କର ଏବଂ ଟ୍ରେଜରର୍ (କୋଷାଧ୍ୟକ୍ଷ) ଇ.ଏସ୍. ଜୟରାମ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଷ୍ଟାଡିୟମରେ ହୋଇଥିବା ଦଳାଚକଟା ନେଇ ନିଜକୁ ଦାୟୀ କରି ଦୁହେଁ ଏ ପ୍ରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ୧୮ ବର୍ଷର ସଂଘର୍ଷ ପରେ ଆଇପିଏଲ୍ ଟ୍ରଫି ଜିତିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ବିଜୟର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମାତ୍ରାଧିକ ଲୋକ ହଠାତ ସାମିଲ ହୋଇଥିଲେ । ଯାହାଫଳରେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ, ଆରସିବି, କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ଡିଏନଏ ଏଣ୍ଟରଟେନମେଣ୍ଟ ନେଟୱାର୍କସ୍ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଥିଲା । ଗତକାଲି କର୍ଣ୍ଣାଟକ ପୋଲିସ ଆରସିବି ମାର୍କେଟିଂ ହେଡଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । Post navigation ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ବକ୍ରିଇଦ୍ ବିଶ୍ୱ ବ୍ୟାଙ୍କ୍ ରିପୋର୍ଟ ଅନୁଯାୟୀ ଭାରତରେ ଦ୍ରୁତଗତିରେ କମୁଛି ‘ଅତ୍ୟନ୍ତ ଦାରିଦ୍ର୍ୟ’ ହାର