କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କାନାଡାର ଆଲବର୍ଟା ପ୍ରଦେଶର କାନାନାସ୍କିସ୍ରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ସୋସିଆଲ ମେଡିଆ ସାଇଟ୍ ‘X’ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ କାର୍ନିଙ୍କ ନିମନ୍ତ୍ରଣ ଗ୍ରହଣ କରିଛନ୍ତି ଏବଂ ଶିଖର ସମ୍ମିଳନୀରେ ତାଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି । କାନାଡାର ନୂଆ ପ୍ରଧାନମନ୍ତ୍ରୀଙ୍କୁ ମୋଦୀ ଶୁଭେଚ୍ଛା ଜଣାଇବା ସହିତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ଏକ ହୋଇ କାମ କରିବେ ବୋଲି ମୋଦୀ କହିଛନ୍ତି । ଚଳିତ ମାସ ୧୫ ରୁ ୧୭ ଯାଏ କାନାଡାର ଆଲବର୍ଟା ସହରରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୭ ଶିଖର ସମ୍ମିଳନୀ । Post navigation ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ସେତୁ ଚେନାବ ୨୦୨୬ ଏପ୍ରିଲରେ ବାଂଲାଦେଶରେ ସାଧାରଣ ନିର୍ବାଚନ