ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ।ଆଜିଠାରୁ ଲିଟର ପିଛା ୩ ଟଙ୍କା ଅଧିକ ପାଇବେ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀ । ୩୦ ଟଙ୍କା ପରିବର୍ତ୍ତେ ୩୩ ଟଙ୍କା ପାଇବେ ଦୁଗ୍ଧଚାଷୀ। ଦୁଗ୍ଧଚାଷୀଙ୍କ ପାଇଁ ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ । ଜୁନ ୧୩ରୁ ଗ୍ରାହକଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବ । ଖାଉଟିଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ୪ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ ।

ରାଜ୍ୟ ସରକାର ଏହି ଅର୍ଥ ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ୱାରା ରାଜ୍ୟରେ ୨ ଲକ୍ଷ ୫୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ। ଏଥିସହ ଦୁଗ୍ଧ ଚାଷୀଙ୍କ ଅକାଳରେ ଯଦି ମୃତ୍ୟୁ ଘଟେ ତେବେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ବୀମା ମିଳିବ।

ସୂଚନା ଯୋଗ୍ୟ; ଆଜି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହା ସହିତ ଓମଫେଡ ଚାଷୀ ମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

 

Leave a Reply

Your email address will not be published. Required fields are marked *