ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆଜି ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । କାଲି କୁବେର ଯନ୍ତ୍ରୀଙ୍କ ଘରୁ ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା । ମୁଖ୍ୟଯନ୍ତ୍ରୀଙ୍କ ୨ଟି ଅଟ୍ଟାଳିକା ସହ ୨ ଫ୍ଲାଟ୍ ଓ ୭ ପ୍ଲଟ୍ ଅଛି । ସେହିଭଳି ଦେଢ଼ କୋଟିର ବ୍ୟାଙ୍କ ଡିପୋଜିଟ୍, ୧ କେଜିରୁ ଉର୍ଦ୍ଧ ସୁନାଗହଣା ଜବତ କରିଛି ଭିଜିଲାନ୍ସ । ମ୍ୟୁଚୁଆଲ୍ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ, ୧୫ଟି ଦାମୀ ହାତ ଘଣ୍ଟା ଠାବ । ସୂଚନା ଅନୁଯାୟୀ ଆଜି ସେ ତାଙ୍କ ଚାକିରୀରୁ ଅବସର ନେଇଥାନ୍ତେ । ତା’ ପୂର୍ବରୁ ଗତକାଲି ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ । ଅନୁଗୁଳରେ ଥିବା ବାସଭବନ ସହିତ ୪ ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଭିଜିଲାନ୍ସ ରେଡ୍ ବେଳେ ଝରକା ପଟେ ବିଡ଼ା ବିଡ଼ା ଟଙ୍କା ତଳକୁ ଫିଙ୍ଗିଥିଲେ ଯନ୍ତ୍ରୀ । Post navigation ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ; ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ