ତୁଟିଲା ସେବାୟତ ବିବାଦ । ପ୍ରଶାସନର ହସ୍ତକ୍ଷେପ ପରେ ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି । ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ ହୋଇ ନୀତିକାନ୍ତି ବନ୍ଦ ଥିଲା । ମହାସ୍ନାନ ପରେ ପୁଣି ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେଲା । ସୂଚନା ଅନୁଯାୟୀ ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନ କରାଇଥିଲେ ବଡୁ ସେବାୟତ । ସାହାଣ ମେଲା ଦର୍ଶନ କରାଇଥିବା ବଡ଼ୁ ସେବାୟତଙ୍କୁ ପଚରାଉଚରା ହେବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି । ଗତକାଲି ମଧ୍ୟରାତ୍ରୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ମା ପାର୍ବତୀଙ୍କ ବିବାହ ପାଇଁ ବର ବେଶରେ ସଜେଇ ହୋଇ ବିରାଟ ଶୋଭାଯାତ୍ରାରେ ଲିଙ୍ଗରାଜ ମହାପ୍ରଭୁ ମା’ ପାର୍ବତୀଙ୍କ କେଦାର ଗୌରୀ ମନ୍ଦିରରେ ପହଞ୍ଚିଥିଲେ । ହେଲେ କେଦାରଗୌରୀ ମନ୍ଦିରରେ ସରିନି ଦିଅଁଙ୍କ ବିବାହ । Post navigation ଆଜି ପବିତ୍ର ଶୀତଳ ଷଷ୍ଠୀ; ମାତା ପାର୍ବତୀଙ୍କ ହାତ ଧରିବେ ମହାଦେବ କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଗିରଫ