ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କି ବାତ’ର ୧୨୨ତମ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ‘ଅପରେସନ ସିନ୍ଦୂର’ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍ ହୋଇଛି । ଆଜି ଲୋକଙ୍କ ମନରେ ଆକ୍ରୋଶ ରହିଛି ।ଆତଙ୍କବାଦ ଶେଷ କରିବା ଭାରତର ସଂକଳ୍ପ । ଅପରେସନ ସିନ୍ଦୂରରେ ସେନାର ପରାକ୍ରମକୁ ନେଇ ଦେଶ ଗର୍ବିତ ।ଅପରେସନ ସିନ୍ଦୂର ବଦଳୁଥିବା ଭାରତର ଚିତ୍ର । ଅପରେସନ ସିନ୍ଦୂର’ ସାହସ ଓ ସଂକଳ୍ପର ପ୍ରତୀକ । ଅପରେସନ ସିନ୍ଦୂର’ରେ ଆତ୍ମନିର୍ଭର ଭାରତର ଝଲକ ସେନା ଆତଙ୍କବାଦୀଙ୍କ ଠିକଣା ଧ୍ବଂସ କଲା । ଅପରେସନ ସିନ୍ଦୂର ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ନୂତନ ଆତ୍ମବିଶ୍ୱାସ ଏବଂ ଉତ୍ସାହ ଦେଇଛି। ଏହା କେବଳ ଏକ ସାମରିକ ମିଶନ ନୁହେଁ। ବରଂ ଏହା ଆମର ସଂକଳ୍ପ, ସାହସ ଏବଂ ପରିବର୍ତ୍ତନଶୀଳ ଭାରତର ଏକ ପ୍ରତିଛବି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ସୈନିକମାନେ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଛନ୍ତି। ଏହା ଥିଲା ସେମାନଙ୍କର ଅଦମ୍ୟ ସାହସ ଏବଂ ଭାରତୀୟ ନିର୍ମିତ ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ପ୍ରଯୁକ୍ତିର ଶକ୍ତି। ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ସଂକଳ୍ପ ମଧ୍ୟ ଥିଲା। ଏହି ଅଭିଯାନ ପରେ ସାରା ଦେଶରେ ଭୋକାଲ୍ ଫର୍ ଲୋକାଲକୁ ନେଇ ନୂତନ ଶକ୍ତି ଦେଖିବାକୁ ମିଳୁଛି। ଏହା ସହ ମାଓବାଦ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାର କାଟେଝରୀ ଗାଁର ଲୋକମାନେ ବର୍ଷ ବର୍ଷ ଧରି ଏହି ଦିନକୁ ଅପେକ୍ଷା କରିଥିଲେ। ପୂର୍ବରୁ ଏଠାରେ କେବେବି ବସ୍ ଚାଲିପାରିନଥିଲା। କାରଣ ଏହି ଗାଁଟି ମାଓ ହିଂସା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ଯେତେବେଳେ ବସ୍ଟି ପ୍ରଥମ ଥର ପାଇଁ ଗାଁରେ ପହଞ୍ଚିଲା। ଲୋକମାନେ ଡ୍ରମ୍ ବଜାଇ ଏହାକୁ ସ୍ୱାଗତ କରିଥିଲେ। Post navigation ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ ପାଇଁ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକ