ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ପାଲଟିଲା ଭାରତ।ଜାପାନକୁ ଟପି ପଞ୍ଚମରୁ ଚତୁର୍ଥ ବୃହତ୍ ଅର୍ଥନୈତିକ ଦେଶରେ ପରିଣତ ହୋଇଛି। ଆମେରିକା, ଚୀନ, ଜର୍ମାନୀ ପରେ ଏବେ ଭାରତ ୪ର୍ଥ ସ୍ଥାନରେ ରହିଥିବା ନେଇ ଆଜି ସୂଚନା ଦେଇଛନ୍ତି ନୀତି ଆୟୋଗର ସିଇଓ ବି.ଭି.ଆର୍ ସୁବ୍ରମଣ୍ୟମ ।

ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ପାଲଟିଛି। IMFର ତଥ୍ୟ ଅନୁସାରେ ଭାରତ ଏବେ ୪ର୍ଥ ସ୍ଥାନରେ ରହିଛି। ଭାରତ ଅର୍ଥନୀତିର ଆକାର ଜାପାନ ଅର୍ଥନୀତିର ଆକାର ଠାରୁ ବଡ଼ ହୋଇଥିବା ଯୁକ୍ତିକୁ ଦର୍ଶାଇବା ପାଇଁ ସେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ) ତଥ୍ୟର ସାହାରା ନେଇଛନ୍ତି, ଫଳରେ ବର୍ତ୍ତମାନ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଏବଂ ଜର୍ମାନୀ ଭାରତର ଅର୍ଥନୀତି ଠାରୁ ବଡ଼। ଯୋଜନା ଅନୁଯାୟୀ ସବୁ କାର୍ଯ୍ୟ ଚାଲିଲେ ଅଢେଇରୁ ୩ ବର୍ଷ ଭିତରେ ଭାରତ ବିଶ୍ୱର ବୃହତ୍ ଅର୍ଥନୀତିରେ ପରିଣତ ହେବ।

Leave a Reply

Your email address will not be published. Required fields are marked *