Kerala gets early monsoon, breaks 16-year record
ଚାଷୀଙ୍କ ପାଇଁ ଖୁସି ଖବର । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ମୌସୁମୀ ପାଦ ଦେଇଛି ।
 
ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ଏଥର ୧୬ ବର୍ଷ ପରେ ମୌସୁମୀ ସଅଳ କେରଳ ଛୁଇଁଛି । ୨୦୦୯ ମେ’୨୩ରେ ମୌସୁମୀ କେରଳ ଛୁଇଁଥିଲା ।
 
ଆଗାମୀ ୬ ଦିନ ପର୍ଯ୍ୟନ୍ତ କେରଳ ଓ ଦକ୍ଷିଣରେ ଥିବା ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
 
ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବଦଳିଛି ପାଣିପାଗ । ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ଆରମ୍ଭ ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢ଼େଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
 

By Nirvay

Leave a Reply

Your email address will not be published. Required fields are marked *