ଏଥର ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ । ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ମିଳିବ ସହାୟତା । ଏନେଇ ଅନେକ ଆବେଦନ ଆସିଛି ଏବଂ ଯେଉଁମାନେ ଆବେଦନ କରିନାହାନ୍ତି ତାଙ୍କ କଥା ବିଚାର କରାଯିବ । ସେହିପରି ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି । ଏନେଇ ବିଚାର ଚାଲିଥିବା କହିଲେ ଆଇନ ମନ୍ତ୍ରୀ । ସେ କହିଛନ୍ତି ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ୍ ବିଭାଗ । ଡ୍ରୋନ୍ ଉଡ଼ିବା ପରେ ଏହାକୁ ଖସାଇ ଦିଆଯାଇ ପାରିବ । ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ । Post navigation ରାଜ୍ୟରେ ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି: ପୃଥ୍ୱୀରାଜ ହରିଚନ୍ଦନ ପରିକ୍ରମା ପ୍ରକଳ୍ପ ସମୟରେ ଭଙ୍ଗା ଯାଇଥିବା ମଠ, ମନ୍ଦିରର ହେବ ପୁନଃବାସ