ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ନୂତନ ନୀତି ଆସିବ ବୋଲି ସୂଚନା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

ସେ କହିଛନ୍ତି, ରାଜ୍ୟରେ ଖୁବ୍‌ଶୀଘ୍ର ନୂତନ ଅବକାରୀ ନୀତି ଲାଗୁ ହେବ । ରାଜ୍ୟ ସରକାର ୩ ବର୍ଷିଆ ନୀତି ଆଣିବାକୁ ଯାଉଛନ୍ତି ।ଅଲଗା ରାଜ୍ୟର ପଲିସି ଷ୍ଟଡି କରିବାକୁ ଟିମ୍ ଯାଉଛନ୍ତି । ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ନୂଆ ପଲିସି ଆଣିବୁ । ବିଭାଗୀୟ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଆନ୍ଧ୍ର ପ୍ରଦେଶ ସହିତ ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *