ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ଆଜି ସକାଳୁ ସକାଳୁ ନୂଆପଡା ଜିଲ୍ଲାର R&B ଡିଭିଜନ୍ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ର ଚଢ଼ାଉ ହୋଇଛି । ଭୁବନେଶ୍ୱରର ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ତନାଘନା ଯାଞ୍ଚ କରାଯିବ ସହ ପୁରୀ ଓ ନୂଆପଡାରେ ଚଢ଼ାଉ କରାଯାଉଛି । ଗଙ୍ଗୋତ୍ରିନଗରରେ ଥିବା ୩ ମହଲା ଘର, ବ୍ରହ୍ମେଶ୍ବରପାଟଣା ବ୍ରିଟ କୋଲୋନୀରେ ଥିବା ସମ୍ପର୍କୀୟଙ୍କ ଘର, ଗ୍ୟାରେଜ ଛକ ଓ କେଦାର ଲେନରେ ଥିବା ଘର ସହ ପୁରୀରେ ରହିଛି ଫାର୍ମ ହାଉସ୍ ଓ ନୂଆପଡ଼ାରେ ଥିବା ସରକାରୀ କାର୍ଯ୍ୟାଳୟ ଏବଂ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । କିନ୍ତୁ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ ହୋଇଛି ତାହାର କୌଣସି ସୂଚନା ମିଳିନାହିଁ । Post navigation ବାଂଲାଦେଶୀଙ୍କ ଲାଗି ମେୟର ସୁଲୋଚନା ଦାସଙ୍କ ଓକିଲାତିକୁ ନେଇ ବିଜେପିର ତୀବ୍ର ବିରୋଧ ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ୍