ଏଣିକି ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି । ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେନି । ଏ ନେଇ ଆଜି ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି କୌଣସି ଅଣ ଜନଜାତି ଏସସି/ଏସଟିଙ୍କ ଜମିକୁ କ୍ରୟ କରିପାରିବେ ନାହିଁ । ରାଜ୍ୟ ସରକାର ଉକ୍ତ ଜମିକୁ କିଣିବେ । ଏଥିପାଇଁ ଖୁବ୍‌ଶୀଘ୍ର କର୍ପସ ଫଣ୍ଡ ଗଠନ କରିବେ ରାଜ୍ୟ ସରକାର । ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ । କମିଟିରେ ଏସସି/ଏସଟି ବିଭାଗ ସଚିବ, ନିର୍ଦ୍ଦେଶକ, ବିଶେଷଜ୍ଞ ରହିବେ । ଏସସି/ଏସଟି ବିଭାଗ ଗୃହ କମିଟି, ବିଧାୟକଙ୍କ ପରାମର୍ଶ ନିଆଯିବ । ସମସ୍ତଙ୍କ ପରାମର୍ଶ ନେଇ କମିଟି ରିପୋର୍ଟ ଦେବା ପରେ ନିଷ୍ପତ୍ତି ହେବ ।

ସେ ଆଉ ମଧ୍ୟ କହିଛନ୍ତି; ଅତି ଜରୁରୀ ସମୟ ଯଥା ଝିଅ ବାହାଘର, ଚିକିତ୍ସା ଏବଂ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜଣେ ଏସସି/ଏସଟି ଲୋକ ଚାହିଁଲେ ରାଜ୍ୟ ସରକାରଙ୍କୁ ଜମି ବିକ୍ରି କରି ପାରିବେ । ସରକାର ଏହାକୁ ୨ ରୁ ୩ ବର୍ଷ ଯାଏଁ ସୁରକ୍ଷିତ ଭାବେ ରଖିବେ । ଯଦି ଉକ୍ତ ବିକ୍ରିଦାତା ପରେ ଜମି ନ କିଣନ୍ତି, ତେବେ ସରକାର ଉକ୍ତ ଜମିକୁ ସେହି ସମ୍ପ୍ରଦାୟର ଲୋକଙ୍କୁ ନିଲାମ କରିବେ ।

Leave a Reply

Your email address will not be published. Required fields are marked *