ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଥିବା ହରିୟାଣା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରାଙ୍କ ସହିତ ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହିତ ସମ୍ପର୍କ ନେଇ ତଦନ୍ତ ଜାରି ରହିଛି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱାର ବିଶାଲ ସିଂ । ସେ କହିଛନ୍ତି ପ୍ରିୟଙ୍କାଙ୍କୁ ଜେରା କରାଯାଉଛି । ସେ ମଧ୍ୟ ପୋଲିସ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ସାରିନୁ, ତଦନ୍ତ ଚାଲିଛି । ସବୁ ତଦନ୍ତ ଏଜେନ୍ସି ସହ ସମ୍ପର୍କରେ ରହିଛୁ, କୋପରେସନ ଅଛି ।ଜ୍ୟୋତି କେତେ ଥର ପୁରୀ ଆସିଥିଲେ, ତାହାର ମଧ୍ୟ ତଦନ୍ତ ଚାଲିଛି । ଅନ୍ୟପକ୍ଷରେ ଜ୍ୟୋତି ମଲହୋତ୍ରା ଏବଂ ପୁରୀ ସହିତ ଲିଙ୍କ୍ ନେଇ ଖୋଳତାଡ଼ ଜାରି ରହିଛି । ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଗତ ବର୍ଷ ସେପ୍ଟେମ୍ବର ୨୧ ତାରିଖରେ ଜ୍ୟୋତି ମଲହୋତ୍ରା ଯେତେବେଳେ ପୁରୀ ଆସିଥିଲେ ସେ ପୁରୀର ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସରେ ରହିଥିଲେ । ମାତ୍ର ଗୋଟିଏ ରାତ୍ର ରହିବା ପରେ ସେ ହୋଟେଲରୁ ଚେକ୍ ଆଉଟ୍ କରିଥିଲେ । ଜ୍ୟୋତିଙ୍କୁ ଶ୍ରୀମନ୍ଦିର, ପୁରୀ ବେଳାଭୂମି ଆଦି ବିଭିନ୍ନ ସ୍ଥାନକୁ ବୁଲାଇ ନେଇଥିଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି । ପୁରୀ ବେଳାଭୂମି ବୁଲିବା ସହ ସେଠାରେ ବି ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି । ଏହା ସହ ପୁରୀ ଆସିଥିବା ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଅଟକ ଥିଲେ ଜ୍ୟୋତି ମଲହୋତ୍ରା । ଆଉ ପ୍ରିୟଙ୍କାଙ୍କ ଅନୁରୋଧରେ ଜ୍ୟୋତିଙ୍କୁ ଛାଡ଼ିଥିଲା ପୁରୀ ପୁଲିସ । ଜ୍ୟୋତି ମଧ୍ୟ ପୁରୀ ଆସି ପ୍ରିୟଙ୍କାଙ୍କ ସହ ଏକାଠି ରହିଥିଲେ । Post navigation ରାଜ୍ୟ କ୍ୟାବିନେଟ୍ ଢାଞ୍ଚା ହେଲା ପରିବର୍ତ୍ତନ; ସଚିବଙ୍କ କ୍ଷମତା ସଂକୁଚିତ ଜୁନ ୧ ପର୍ଯ୍ୟନ୍ତ ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର