ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ୍ ଢାଞ୍ଚା । କ୍ୟାବିନେଟ୍ ବୈଠକରେ ସଚିବଙ୍କ କ୍ଷମତା ହେଲା ସଂକୁଚିତ । ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ହେଲା ନିଷ୍ପତ୍ତି । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ ବିଭାଗକୁ ଏନେଇ ଚିଠି ଲେଖିଛନ୍ତି ସଂସଦୀୟ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ୍ ବସି ପାରିବ ନାହିଁ । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ନିୟମ ଅନୁସାରେ ୫ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟ୍ ବସିବାର ତାରିଖ । ୩ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବ ଫାଇଲ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ ସଚିବ କ୍ୟାବିନେଟରେ ବସି ପାରିବେ ନାହିଁ। କ୍ୟାବିନେଟ ଏଜେଣ୍ଡାରେ ଥିବା ପ୍ରସ୍ତାବ ସମ୍ପର୍କିତ ବିଭାଗୀୟ ସଚିବ ମାନେ କ୍ୟାବିନେଟ ରୁମରେ ନ ବସି ପାଖ ରୁମରେ ବସିବେ। ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ୍ ରୁମ୍ କୁ ଯାଇପାରିବେ। ପାରିତ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀଙ୍କ ଦାୟିତ୍ବ ରହିବ। କ୍ୟାବିନେଟ୍ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ବ୍ୟତୀତ ଅନ୍ୟଙ୍କୁ ବାରଣ ରହିଛି। Post navigation ବିଜେଡ଼ି ଓ କଂଗ୍ରେସ ସବୁବେଳେ ପଛୁଆ ବର୍ଗଙ୍କୁ ଅବହେଳା କରିଛନ୍ତି: ମନମୋହନ ସାମଲ ଗିରଫ ଜ୍ୟୋତିଙ୍କ ସହ ପୁରୀ ଝିଅଙ୍କ ଲିଙ୍କ୍ ପ୍ରସଙ୍ଗ; ତଦନ୍ତରେ ସହଯୋଗ କରୁଛନ୍ତି ପ୍ରିୟଙ୍କା: ଏସ୍ପି