ଭରତପୁର ଥାନାରେ ମେଜର ଓ ବାନ୍ଧବୀ-ପୋଲିସ ବିବାଦ ଘଟଣାରେ ନିଲମ୍ବନ ହୋଇଥିବା ୪ ପୋଲିସ କର୍ମଚାରୀଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ । ଏସଆଇ ଓ ୨ ମହିଳା ASIଙ୍କ ସହ କନଷ୍ଟେବଳଙ୍କ ଉପରୁ ହତାଯାଇଛି ନିଲମ୍ବନ । ଏସଆଇ ଵୈଶାଳିନୀ ପଣ୍ଡା, ଏଏସଆଇ ସାଗରିକ ରଥ, ଏଏସଆଇ ସଲିଳମୟୀ ସାହୁ ଓ ଜଣେ କନେଷ୍ଟବଳଙ୍କ ଉପରୁ ହଟିଲା ନିଲମ୍ବନ । ତେବେ IIC ଦୀନକୃଷ୍ଣ ମିଶ୍ରଙ୍କ ଉପରେ ବଳବତ୍ତର ରହିଛି ନିଲମ୍ବନ ଆଦେଶ ।ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ.ଦେବଦତ୍ତ ସିଂ। ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୪ ତାରିଖ ରାତିରେ ଜଣେ ମେଜର ଓ ତାଙ୍କ ବାନ୍ଧବୀ ଏକ ଘଟଣାରେ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିବାବେଳେ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା । Post navigation ଓଡ଼ିଶାରେ ଶିଳ୍ପ ବାତାବରଣ ନାହିଁ: ତାରା ରଞ୍ଜନ ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ