ଆନ୍ଧ୍ର ପ୍ରଦେଶ ନିର୍ମାଣ କରୁଥିବା ପୋଲାଭରମ ପ୍ରକଳ୍ପକୁ ନେଇ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ହେବ ବୈଠକ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ପୋଲାଭରମ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କରିବେ ଆଲୋଚନା । ବୈଠକରେ ଓଡ଼ିଶା କ’ଣ ପକ୍ଷ ରଖିବ ହୋଇଛି ପ୍ରସ୍ତୁତି । ସୂଚନା ଯୋଗ୍ୟ; ପୂର୍ବରୁ ପୋଲାଭରମ ପ୍ରକଳ୍ପକୁ ନେଉ ଅନେକ ଉଚ୍ଚ ସ୍ତରୀୟ ବୈଠକ ହେବା ସହିତ ପିଟିସନ୍ ମଧ୍ୟ ଦାଖଲ କରାଯାଇଛି । ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନା ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସାରିଛନ୍ତି । କିନ୍ତୁ କୌଣସି ଗୋଟିଏରୁ ବି ନିଷ୍କର୍ଷ ବାହାରିପାରି ନାହିଁ । ତେଣୁ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ସିଧାସଳକ ହସ୍ତକ୍ଷେପ କରିବାକୁ ଯାଉଛନ୍ତି । ମେ ୨୮ ତାରିଖରେ ୪ ରାଜ୍ୟ ମୁଖ୍ୟମନ୍ତ୍ରୀ, ଜଳ ସମ୍ପଦ ବିଭାଗର ଅଧିକାରୀ, ବିଭାଗୀୟ ମନ୍ତ୍ରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବାର ରହିଛି । ଏହ ସହିତ ବୈଠକରେ କେନ୍ଦ୍ର ଜଳ ଶକ୍ତି, କେନ୍ଦ୍ର ଜଳ ଆୟୋଗ ଏବଂ ପୋଲାଭରମ ପ୍ରକଳ୍ପ ଅଧିକାରୀମାନ ଉପସ୍ଥିତ ରହିବେ । ଭିଡ଼ିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ବୈଠକ କରିବେ । Post navigation ଜମ୍ମୁ କାଶ୍ମୀରରୁ ୨ ଆତଙ୍କବାଦୀ ସହଯୋଗୀ ଗିରଫ ଦ୍ବିତୀୟ ବର୍ଷ ପାଇଁ ସଂକଟରେ ସାସ୍ଥ୍ୟ, ଟ୍ରାଫିକ, ଆଇନଶୃଙ୍ଖଳା