ହାଇଦ୍ରାବାଦର ଭୟଙ୍କର ଚାରମିନାର୍ ନିକଟ ଗୁଲଜାର୍ ହାଉସ୍ରେ ଅଗ୍ନିକାଣ୍ଡ। ଜନବହୁଳ ଓ ବ୍ୟବସାୟ ପାଇଁ ବ୍ୟବହୃତ ଗୁଲଜାର୍ କୋଠାରେ ନିଆଁ ଲାଗିବାରୁ ଅତି କମରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଛି । ଅଗ୍ନିକାଣ୍ଡର ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୂଚନା ଯୋଗ୍ୟ; ଆଜି ସକାଳ ପ୍ରାୟ ୫ଟା ୩୦ରେ କୋଠାର ତଳେ ସ୍ଥିତ ଏକ ମୋତି ଦୋକାନରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଆଉ ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା ଏବଂ ପୂରା ବିଲ୍ଡିଂରେ ଧୂଆଁ ଭରି ଯାଇଥିଲା । ସେହି ସମୟରେ ଅଧିକାଂଶ ଲୋକ ଗଭୀର ନିଦରେ ଶୋଇଥିଲେ। ଧୁଆଁ କାରଣରୁ ଅଣନିଃଶ୍ୱାସୀ ହୋଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଅଗ୍ନିଶମ ବାହିନୀ ସୂଚନା ମିଳିବା ମାତ୍ରେ ୧୧ ଦମକଳ ଗାଡି ଘଟଣାସ୍ଥଳକୁ ପଠାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଏହା ବ୍ୟତୀତ ୨ ରେସକ୍ୟୁ ଟେଣ୍ଡର, ଗୋଟିଏ ବ୍ରୋଣ୍ଟୋ ସ୍କାଇଲିଫ୍ଟ, ୩ ୱାଟର ଟେଣ୍ଡର ଓ ଗୋଟିଏ ଫାୟର ଫାଇଟିଙ୍ଗ ରୋବୋଟର ସହାୟତା ନିଆଯାଇଥିଲା । ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଅନ୍ୟପଟେ ଏହି ଦୁଃଖଦ ଘଟଣା ଜାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । Post navigation ଗିରଫ ପାକିସ୍ତାନୀ ସ୍ପାଏ ଜ୍ୟୋତି ଲିଙ୍କ୍ ପ୍ରସଙ୍ଗ; ଜ୍ୟୋତି ସହ ପାକିସ୍ତାନ ଯାଇଥିଲେ ପୁରୀ ଯୁବତୀ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ହେବ ପାଳନ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ