ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ କ୍ୟାବିନେଟ୍ର ନୂଆ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି । ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ ସୁବିଧା । ଏସ୍ସି/ଏସ୍ଟି ପାଇଁ ଯାହା ସଂରକ୍ଷଣ ଥିଲା ବଳବତ୍ତର ରହିବ । ଚଳିତ ଶିକ୍ଷା ବର୍ଷରୁ ସାମାଜିକ ଓ ପଛୁଆ ବର୍ଗ ପାଇଁ ନାମ ଲେଖାରେ ୧୧.୨୫% ସଂରକ୍ଷଣ ଲାଗୁ ହେବ । ଏହି ସଂରକ୍ଷଣ ଉଚ୍ଚ ମାଧ୍ୟମିକ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ବି ଲାଗୁ କରାଯିବ । ଏହା ଓଡ଼ିଆ ଭାଷା ସାହିତ୍ୟ, BPED, MPED ପାଇଁ ବି ଲାଗୁ ହେବ । ଏହାକୁ ଚଳିତ ଶିକ୍ଷାବର୍ଷ ଅର୍ଥାତ ଶିକ୍ଷାବର୍ଷ ୨୦୨୫–୨୬ ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ। ଏହି ଆରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକଶିକ୍ଷା ଓ ଆଇନ ପାଠ୍ୟକ୍ରମ (UG, PG, Teacher Education, LLB/Integrated Law) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ (+୨) ପାଠ୍ୟକ୍ରମ, ଶିକ୍ଷକ ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ (+2, Teacher Training & Vocational Education), ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସ୍ନାତକ (ପ୍ରଦର୍ଶନକଳା) ପାଠ୍ୟକ୍ରମ (Bachelor in Performing Arts) ଏବଂ କ୍ରୀଡା ଓ ଯୁବସେବା ବିଭାଗର ବି.ପି.ଏଡ୍/ଏମ.ପି.ଏଡ୍ (B.P.Ed./M.P.Ed.) ପାଠ୍ୟକ୍ରମରେ ଲାଗୁ କରାଯିବ। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁସୂଚିତ ଜନଜାତି ବର୍ଗର (ST)ଛାତ୍ରଛାତ୍ରୀମାନଙ୍କ ପାଇଁ ୨୨.୫%, ଅନୁସୂଚିତ ଜାତି ବର୍ଗର (SC) ଛାତ୍ରଛାତ୍ରୀମାନଙ୍କ ଲାଗି ୧୬.୨୫%, SEBCବର୍ଗ ର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫%, ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ୫% ଓ ପୂର୍ବତନ ସେନାଙ୍କ ପରିବାରର ଛାତ୍ରଛାତ୍ରୀମାନଙ୍କ ପାଇଁ ୧% ଆସନ ଆରକ୍ଷିତ ରହିବ। ରାଜ୍ୟରେ ଆଗରୁ କେବଳ ସରକାରୀ ଚାକିରି କ୍ଷେତ୍ରରେ SEBC ବର୍ଗ ପାଇଁ ଆରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏହାକୁ ଲାଗୁ କରାଯାଇନଥିଲା। ଯାହାଫଳରେ SEBC ବର୍ଗର ବହୁ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ବାଧକ ସାଜିଥିଲା।ଆଜି କ୍ୟାବିନେଟର ନିଷ୍ପତ୍ତି ପରେ SEBC ବର୍ଗ ପାଇଁ ଉଚ୍ଚଶିକ୍ଷାରେ ଆରକ୍ଷଣ ବ୍ୟବସ୍ଥା ଲାଗୁହେବ। ରାଜ୍ୟରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶକୁ ଏହି ନିଷ୍ପତ୍ତି ଦ୍ୱାରା ସୁନିଶ୍ଚିତ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ରାଜ୍ୟରେ ଶିକ୍ଷାନୁଷ୍ଠାନମାନଙ୍କରେ ମୋଟ ନାମଲେଖା ଅନୁପାତ (Gross Enrolment Ratio) ବୃଦ୍ଧି ହେବାର ମଧ୍ୟ ଲକ୍ଷ୍ୟ ରହିଛି। Post navigation ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଯୁବକ ମୃତ ୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ